ଟ୍ରାକ୍‌ରୁ ଖସିଲା ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସ; ସମସ୍ତ ଯାତ୍ରୀ ସୁରକ୍ଷିତ

ମୁମ୍ବାଇ: ଟ୍ରାକ୍‌ରୁ ଖସିଲା ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସ । ଲାଇନଚ୍ୟୁତ ହେବା କରାଣରୁ ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସର ୩ଟି ବଗି ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣା ମାଟୁଙ୍ଗା ଦାଦର ଷ୍ଟେସନ ମଝିରେ ହୋଇଥିବା ବେଳେ ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚିଛନ୍ତି । ସୂଚନା ମୁତାବକ ରେଳ କ୍ରସିଂ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌ ମଧ୍ୟରେ ସାମାନ୍ୟ ଧକ୍କା ହେବା ପରେ ଟ୍ରକ୍‌ରୁ ଖସିଥିଲା ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସ । ହେଲେ ସୌଭାଗ୍ୟ ବସତଃ କୌଣସି ଯାତ୍ରୀଙ୍କ କିଛି ଅସୁବିଧା ହୋଇନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ରେଳ ବିଭାଗ ପକ୍ଷରୁ ଦାଦର-ପୁଡ଼ୁଚେରୀ ଏକ୍ସପ୍ରେସର ଉଦ୍ଧାର କାମ ଜାରି ରହିଛି ।

Comments are closed.