ବିଲରେ ଧାନ କାଟି ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ଡାବୁଗାଁ ବିଧାୟକ ପ୍ରାୟ ସମୟରେ ଏମିତି କିଛି କାମ କରନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥା’ନ୍ତି। ବିଗତ ଦିନରେ ସେ ନିଜ କର୍ମୀଙ୍କ ଶବକୁ କାନ୍ଧେଇ ୧ କିଲୋମିଟର ରାସ୍ତା ଚାଲି ଚାଲି ଶ୍ମଶାନକୁ ଯିବା, କୋଦାଳ ଧରି ରାସ୍ତା ମଝିରେ ଥିବା ଖାଲ, ଖମାରଗୁଡିକୁ ନିଜେ ମାଟି ପକାଇ ମରାମତି କରିବା ହେଉ, କିମ୍ବା ନିଜ ଜମିରେ ଶ୍ରମିକଙ୍କ ସହ ମିଶି ଧାନ ତଳି ଲଗାଇବା, ଏହିଭଳି କାମ କରି ସର୍ବଦା ଚର୍ଚ୍ଚାକୁ ଆସିଥା’ନ୍ତି।

ଏବେ ମଧ୍ୟ ନବରଙ୍ଗପୁର ବ୍ଲକ ପୂଜାରିଗୁଡା ଗାଁରେ ଥିବା ବିଧାୟକଙ୍କ ୧୫ଏକର ଧାନ ଜମିରେ ଶ୍ରମିକମାନେ ଧାନ କାଟୁଥିବା ବେଳେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ ଧାନ କାଟିବା ଦାଆ ଧରି ନିଜେ ଜମିକୁ ଓହ୍ଲାଇ ପଡ଼ି ଧାନ କଟାରେ ନିୟୋଜିତ ଥିବା ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ପାଖାପାଖି ଅଧା ଏକର ଧାନ କାଟିଥିଲେ।

Comments are closed.