ହୋଲଡ଼ିଂ ଟିକଟ ବୃଦ୍ଧି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଆନ୍ଦୋଳନ ଚେତାବନୀ ଦେଲା ମିଳିତ ନାଗରିକ କମିଟି

ଫୁଲବାଣୀ: ଫୁଲବାଣୀ ପୌର ପରିଷଦର ହୋଲଡ଼ିଂ ଟିକସ ଓ ସେବାକର ବୃଦ୍ଧି କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତି ୱାର୍ଡ଼ରେ ନୋଟିସ୍‍ ଟଙ୍ଗା ଯାଇଥିବା ଦେଖି ଏହି ବେଆଇନ ବର୍ଦ୍ଧିତ ଟିକସ ବୃଦ୍ଧି ନକରିବା ପାଇଁ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପୌର ପରିଷଦର କୌଣସି ପ୍ରକାର ଆନୁସଙ୍ଗିକ ଭିତ୍ତିଭୂମି ନଥିବା ବେଳେ ଏହି ବର୍ଦ୍ଧିତ ଟିକସ କାହା ସ୍ୱାର୍ଥରେ ବୋଲି ମଧ୍ୟ କମିଟି ପ୍ରଶ୍ନ କରିବା ସହିତ ଜମିଜମା ସମସ୍ୟାର ସମାଧାନ ପୂର୍ବରୁ ବେଆଇନ ଭାବେ ଟିକଟ ବୃଦ୍ଧିକୁ ମଧ୍ୟ ସମଗ୍ର ସହରାବାସୀ ବିରୋଧ କରିବା ଆରମ୍ଭ କରିଛନ୍ତି।ଏନେଇ କମିଟି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଆନ୍ଦୋଳନ ପାଇଁ ମଧ୍ୟ ଚେତାବନି ଦିଆଯାଇଛି। ନଗର ଉନ୍ନୟନ ବିଭାଗ ନିଷ୍ପତିୁର ପୁନଃ ବିଚାର କରି ବର୍ଦ୍ଧିତ ଟିକସ ଆଦାୟ ବନ୍ଦନକଲେ ଆଗାମି ଦିନରେ ସହରବାସୀ ଜିଲାବନ୍ଦ ଡ଼ାକରା ଦେବାକୁ ବାଧ୍ୟ ହେବେ ବୋଲି ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିପାଇଁ ଯେଉଁ ଆଇନ ଶୃଙ୍ଖଳା ସୃଷ୍ଟିହେବ ସେଥିପାଇଁ ଖୋଦ୍‍ ସରକାର ଦାୟି ରହିବେ ବୋଲି ଲିଖିତ ଭାବେ ପ୍ରଦାନ କରାଯାଇଛି। ଏନେଇ ଆଜି କମିଟିର ଏକ ଜରୁରି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

Comments are closed.