ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଜରିଆରେ ଏକ ୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧକ୍ଷନ ସରକାର କିଣିବା ସହ ଟୋକେନରୁ ବାଦ ପଡ଼ିଥିବା ଚାଷୀଙ୍କ ଧାନ ସରକାର ନିଜ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ଉଠାନ୍ତୁ, କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ଦେଇଥିବା ରିପୋର୍ଟକୁ ରାଜ୍ୟ ସରକାର ତୁରନ୍ତ ସମୀକ୍ଷା କରି ରାଜ୍ୟ ବାସୀଙ୍କ ପାଖରେ ଉପସ୍ଥାପନ କରନ୍ତୁ, ଆଠରୁ ଦଶ କେଜି କଟନୀ ଛାଟଣୀ କରୁଥିବା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବସ୍ତା, ସୁତୁଳି ଓ ପରିବହନ ଖର୍ଚ୍ଚ କିଏ ହଡପ କରୁଛି ତାହାର ତଦନ୍ତ କରନ୍ତୁ, ମଣ୍ଡିରୁ ମିଲରମାନଙ୍କ ରାଜୁତିକୁ ତୁରନ୍ତ ସମାପ୍ତ କରନ୍ତୁ ଏହିଭଳି ୫ ଟି ଦଫା ନେଇ ଜିଲ୍ଲା ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଦାବିପତ୍ର ପ୍ରଦାନ ସମୟରେ ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଜିଲ୍ଳା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ, ଉପସଭାପତି ସତ୍ୟବାଦୀ ଷଡଙ୍ଗୀ ସୁରେନ୍ଦ୍ର ବିଶୋଇ, ଜିଲ୍ଲା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ବବିତା ସାହୁ, ରେବତୀ ବେହେରା, ମଧୁ ଗାଦବା ସୁଭମ ଚୌଧୁରୀ, କୃଷ୍ଣ ଗୌଡ଼, ଅମୁଲ୍ୟ ମିଶ୍ର, ସୁବ୍ରତ ମିଶ୍ର, ବିକି ଜେନା, ଓବିଶି ସଭାପତି ଦଇତାରି ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.