ଆସନ୍ତାକାଲି ପରଦାକୁ ଆସିବ ସଲମାନଙ୍କ ଦବଙ୍ଗ-୩ : ରିଲିଜ ହେଲା “ଆୱାରା” ଗୀତ

ମୁମ୍ବଇ : ଆସନ୍ତାକାଲି(ଶୁକ୍ରବାର) ସର୍ବଭାରତୀୟସ୍ତରରେ ସୁଲତାନ୍ ସଲମାନ୍ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଦବଙ୍ଗ-୩ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ମୁକ୍ତିଲାଭ କରିବା ପୂର୍ବରୁ ଆଜି ସିନେମାର ଏକ ଗୀତ “ଆୱାରା” ରିଲିଜ ହୋଇଛି। ରିଲିଜ ହୋଇଥିବା ୧ମିନିଟ ୩୦ସେକେଣ୍ଡର ଏହି ଗୀତରେ ସଲମାନ୍ ଓ ନବାଗତା ସାଇ ମଞ୍ଜରେକର୍‌ଙ୍କ ରୋମାନ୍ସ ଦେଖିବାକୁ ମିଳିଛି। ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି।

ଦବଙ୍ଗ ସିନେମାର ତୃତୀୟ ଭାଗ ହେଉଛି ଦବଙ୍ଗ-୩ । ଏଥିରେ ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା, ଅରବାଜ୍ ଖାନ୍ ଓ ନବାଗତା ସାଇ ମଞ୍ଜରେକର୍‌ ଅଭିନୟ କରିଛନ୍ତି। ସଲମାନଙ୍କ ଘନିଷ୍ଠ ବନ୍ଧୁ ନିର୍ଦେଶକ ତଥା ଅଭିନେତା ସଞ୍ଜୟ ମଞ୍ଜରେକର୍୍‌ଙ୍କ ଝିଅ ହେଉଛନ୍ତି ନବାଗତା ସାଇ। ସିନେମାର କାହାଣୀ ସଲମାନ ଲେଖିଥିବାବେଳେ ପ୍ରଭୁଦେବାଙ୍କ ନିର୍ଦେଶନାରେ ଚଳଚ୍ଚିତ୍ରଟି ନିର୍ମାଣ ହୋଇଛି।

Comments are closed.