ଦବଙ୍ଗ-୩ର ନୂଆ ପୋଷ୍ଟର ରିଲିଜ : କରୱାଚୌତ କରୁଥିବା ନଜର ଆସିଲେ ସୋନାକ୍ଷୀ

ମୁମ୍ବଇ : ବଲିଉଡ ଭାଇଜାନ ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ଦବଙ୍ଗ-୩ର ନୂଆ ପୋଷ୍ଟର ଗୁରୁବାର ରିଲିଜ ହୋଇଛି। ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏହାର ପୋଷ୍ଟରକୁ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ୍ କରିଛନ୍ତି।

ଏହି ପୋଷ୍ଟରରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏକ ଶାଢୀ ପିନ୍ଧି କରୱାଚୌତ କରୁଥିବା ନଜର ଆସିଛନ୍ତି। ଏଥିରେ ସୋନାକ୍ଷୀ ସିହ୍ନାଙ୍କୁ ସଲମାନଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିବ। ସିନେମାର ନିର୍ଦ୍ଦେଶନା ପ୍ରଭୁ ଦେବା ଦେଇଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ସାଜିଦ-ୱାଜିଦ ଓ ସନ୍ଦିପ ଶିରୋଦକର। ‘ଦବଙ୍ଗ-୩’ ଚଳିତ ବର୍ଷ ୨୦ ଡିସେମ୍ବରରେ ମୁକ୍ତିଲାଭ କରିବ ।

 

Comments are closed.