ଦବାଦିଚକାରେ ଜନସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଷୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ କୁଣ୍ଡାବୁଟୁଲା ପଞ୍ଚାୟତର ବାଦିଚକା ଗ୍ରାମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରରେ ଶ୍ରୀ ଯୋଷୀ ମାସ୍କ ଓ ସାବୁନ ବଣ୍ଟନ କରିବା ସହିତ ଲୋକ ମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ସାନିଟାଇଜର କିମ୍ବା ସାବୁନ ରେ ହାତ ଧୋଇବା ଏବଂ ମାସ୍କ ହିଁ ଆମର ସୁରକ୍ଷା କବଚ ବୋଲି ଲୋକଙ୍କୁ ପରାମର୍ଶ ଦେଇଥିଲେ । ଏହି ଜନସଚେତନତା କାର୍ଯ୍ୟକ୍ରମରେ ଜିଲାପରିଷଦ ସଦସ୍ୟ ତଥା ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ଉଦ୍ଧବ ବେହେରା, କିଶୋର ତେଜୀ, ଦୀନବନ୍ଧୁ ତେଜୀ, ବିନେଶ କିଷାନ, ଧନସିଂ ନାଗ ପ୍ରମୁଖ ସାମିଲ ଥିଲେ।

Comments are closed.