ଉପକାରୀ ମୁଗଡ଼ାଲି

ପୋଷକତତ୍ତ୍ବ ଭରପୂର ମୁଗଡ଼ାଲି ଖାଇଲେ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ତ୍ବଚା ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ। ଫାଇବର୍, ଲୌହ, ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ ବି, ପ୍ରୋଟିନ୍‌ ଭରପୂର ମୁଗଡ଼ାଲି ସପ୍ତାହରେ ୩-୪ଥର ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ। ଏଇ ଡାଲିକୁ ଖେଚୁଡ଼ି ଭାବେ ଖାଇଲେ ଅଧିକ ସୁଆଦିଆ ଲାଗେ।
– ଭିଟାମିନ୍, ଫସ୍‌ଫରସ୍‌ ତତ୍ତ୍ବ ମହଜୁଦ୍ ଥିବା ମଗୁଡ଼ାଲି ମହିଳାମାନେ ପ୍ରତିଦିନ ଖାଇବା ଭଲ। ଏଥିରେ ଥିବା ତତ୍ତ୍ବ ତ୍ବଚା ଭାଙ୍ଗ ସହ ଦାଗ ବ୍ରଣ ସମସ୍ୟା ଦୂର କରିବା ସହ କେଶ ଘନତ୍ବ ବଢ଼ାଇଥାଏ। ଆଖି ତଳ କଳାଦାଗ ସମସ୍ୟା ଏଇ ଡାଲି ଖାଇଲେ ଦୂର ହୋଇଥାଏ। ମୁଗ ଡାଲି ଖାଇବା ଦ୍ବାରା ମସ୍ତିଷ୍କକୁ ଅମ୍ଳଜାନ ପହଞ୍ଚୁଥିବାର ବିଶେଷଜ୍ଞଙ୍କ ଅନୁଧ୍ୟାନରୁ ପ୍ରକାଶ।
– ଫାଇବର୍‌ଯୁକ୍ତ ମୁଗଡ଼ାଲି ଖାଇଲେ ବଦ୍‌ହଜମ ସମସ୍ୟା ଦୂର ହେବା ସହ ଖାଦ୍ୟ ଭଲରେ ହଜମ ହୁଏ। ରକ୍ତଚାପ ରୋଗୀ ଏଇ ଡାଲି ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।
– ଓଜନ କମ୍ କରିବାରେ ମଧ୍ୟ ମୁଗ ଡାଲିର ଭୂମିକା ଗୁରୁତ୍ବପୂର୍ଣ୍ଣ। କମ୍‌ କ୍ୟାଲୋରୀଯୁକ୍ତ ଏହ ଡାଲି ଖାଇଲେ ପେଟ ଭର୍ତ୍ତି ରହିବା ସହ ବାରମ୍ବାର ଭୋକ ଲାଗେନାହିଁ।
– ଲୌହ ତତ୍ତ୍ବ ଥିବା ମୁଗ ଡାଲି ଖାଇଲେ ଶରୀରରେ ରକ୍ତ ଅଭାବଜନିତ ରୋଗର ସମସ୍ୟା ଉପୁଜିନଥାଏ। ପିଲାଙ୍କୁ ମୁଗ ଡ଼ାଲି ସିଝା ନଚେତ୍ ମୁଗ ଡ଼ାଲିକୁ ଅଳ୍ପ ଭାଜି ଚୁଡ଼ା ଗୁଣ୍ଡରେ ଅଧ ଚାମଚ ମିଶାଇ ଖୁଆଇଲେ ସେମାନଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳେ।
– କୋଲେଷ୍ଟରଲ୍‌ ସ୍ତରକୁ କମ୍ କରୁଥିବା ଏହି ଡାଲି ହୃଦ୍‌ରୋଗୀଙ୍କ ପାଇଁ ଏକ ଭଲ ଖାଦ୍ୟ। 

Comments are closed.