ସରକାରୀ କର୍ମଚାରୀଙ୍କ ୩% ଡିଏ ବୃଦ୍ଧି

ଉତ୍ତରାଖଣ୍ଡ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୩ ପ୍ରତିଶତ ଡିଏ ବୃଦ୍ଧିକଲେ ସରକାର । ଉତ୍ତରପ୍ରଦେଶ ପରେ ବର୍ତ୍ତମାନ ଉତ୍ତରାଖଣ୍ଡ ସରକାର ଡିଏ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଉତ୍ତରାଖଣ୍ଡର ୨.୫ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ । ସୂଚନା ଅନୁଯାଇ କର୍ମଚାରୀଙ୍କ ଡିଏ ୩୧ ପ୍ରତିଶତକୁ ବୃଦ୍ଧି ପାଇବ । ସରକାରୀ ମୁଖପାତ୍ର ସୁବୋଧ ୟୁନିୟାଲ ଏହି ସୂଚନା ଦେଇଛନ୍ତି । ରାଜ୍ୟ କ୍ୟାବିନେଟ୍‍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଗତକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫୪ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହାପୂର୍ବରୁ ଉତ୍ତରପ୍ରଦେଶରେ ମଧ୍ୟ ୩ ପ୍ରତିଶତ ଭତ୍ତା ବୃଦ୍ଧି କରାଯାଇଥିଲା । ସରକାରୀ କର୍ମଚାରୀ ଓ ପେନସନଭୋଗୀ ଏହି ବର୍ଦ୍ଧିତ ଡିଏ ଜୁଲାଇ ୨୦୨୧ରୁ ପିଛିଲା ଭାବେ ପାଇବେ ।

Comments are closed.