୪ ଭାଗ ମହଙ୍ଗାଭତ୍ତା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ ଶତକଡ଼ା ୪ ଭାଗ ମହଙ୍ଗାଭତ୍ତା ବୃଦ୍ଧି କରାଯିବାକୁ କେନ୍ଦ୍ର କ୍ୟାବିନେଟ୍‍ ଅନୁମୋଦନ କରିଛି। ଏହାଦ୍ୱାରା ୪୮ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୫ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଗତ ଜାନୁଆରୀ ପହିଲାରୁ ଶତକଡ଼ା ୪ ଭାଗର ମହଙ୍ଗାଭତ୍ତା ବୃଦ୍ଧିକୁ ଲାଗୁ କରାଯିବ।

ଏଥିସହିତ କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ଶତକଡ଼ା ୧୭ ଭାଗରୁ ଶତକଡ଼ା ୨୧ ଭାଗକୁ ବୃଦ୍ଧି ପାଇବ। କ୍ୟାବିନେଟ୍‍ ବୈଠକ ପରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି,
ମହଙ୍ଗାଭତ୍ତାରେ ଏହି ବୃଦ୍ଧି ଯୋଗୁଁ ରାଜକୋଷରୁ ଆଉ ଅତିରିକ୍ତ ୧୪ହଜାର ୫୯୫ କୋଟି ଟଙ୍କା ଖର୍ଚ୍ଚ ହେବ।

Comments are closed.