ଅମଲେକଗଞ୍ଜ ତୈଳ ପାଇପଲାଇନ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର

0

ଭୁବନେଶ୍ୱର : ନେପାଳ ଗସ୍ତର ଦ୍ୱିତୀୟ ଦିନରେ ନେପାଳ ତୈଳ ନିଗମର ଅମଲେକଗଞ୍ଜ ଡିପୋ ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରିଛନ୍ତି। ଏହି ପାଇପଲାଇନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ପେଟ୍ରୋଲ, ଡିଜେଲ ଓ ଏଟିଏଫ୍‍ ପାଇପଲାଇନ ଯୋଗେ ଏଠାକୁ ଆସିବ। ଏହି ଅବସରରେ ଶ୍ରୀ ପ୍ରଧାନ ଓ ନେପାଳର ବାଣିଜ୍ୟ, ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ମାତ୍ରିକା ପ୍ରସାଦ ଯାଦବଙ୍କ ସହ ମୋତିହାରୀ-ଅମଲେକଗଞ୍ଜ ତୈଳ ପାଇପଲାଇନର କାର୍ଯ୍ୟର ପ୍ରଗତିର ମଧ୍ୟ ସମୀକ୍ଷା କରିଛନ୍ତି। ଏହାବ୍ୟତୀତ ଶ୍ରୀ ପ୍ରଧାନ ଓ ଶ୍ରୀ ଯାଦବ ଭାରତରୁ ପାଇପଲାଇନ ଯୋଗେ ଉତ୍ପାଦ ଆସିବା ପରେ ତାକୁ ଗ୍ରହଣ କରିବା ପାଇଁ ନିର୍ମାଣ ହେବାକୁ ଥିବା ଟର୍ମିନାଲର ଭୂମି ପୂଜନ କରିଛନ୍ତି।

Leave A Reply