ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଁଚାଅ – ଧର୍ମେନ୍ଦ୍ର

କୁଚିଣ୍ଡା ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ

• ମୋଦୀ ସରକାରରେ କୁଚିଣ୍ଡାର ଜନଜାତି ଜଙ୍ଗଲଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉଛନ୍ତି
• ଆଦିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି କରାଯାଇଛି
• କୁଚିଣ୍ଡା ଅଂଚଳର ଲଙ୍କାକୁ ବାହାର ରାଜ୍ୟରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଉଛି
କୁଚିଣ୍ଡା : ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କୁଚିଣ୍ଡା ବିଧାନସଭା ସ୍ତରୀୟ ଜନସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଘର ଘର ବୁଲି ଲୋକଙ୍କ ପାଖରେ ପହଁଚାଇବା ଏହି ନିର୍ବାଚନ ମଣ୍ଡଳିର କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଗତ ବର୍ଷମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜନଧନ, କୃଷକ ସମ୍ମାନ ନିଧି, ଜନଧନ ଯୋଜନା ପରି ଅନେକ କଲ୍ୟାଣକାରୀ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାର ଲାଭ କୁଚିଣ୍ଡା ଅଂଚଳର ଗରିବ, ଜନଜାତି, କୃଷକ, ମହିଳା ଓ ଯୁବପିଢିମାନେ ପାଇଛନ୍ତି। ପୂର୍ବ ଭାରତ ମୋଦୀ ସରକାରଙ୍କ ଯୋଜନାର ସିଂହଭାଗ ପାଇଥିବା ବେଳେ ଓଡିଶା ରାଜ୍ୟ ଏହାର ଅଗ୍ରଣୀରେ ରହିଛି। ମୋଦୀ ସରକାରଙ୍କ ନିୟମ କାରଣରୁ ଆଜି କୁଚିଣ୍ଡାର ଜନଜାତି ସଂପ୍ରଦାୟର ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ବିକି ଉପଯୁକ୍ତ ମୂଲ୍ୟ ପାଇପାରୁଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଜିଲ୍ଲା ଖଣିଜ ପାଣ୍ଠି କରାଯାଇଛି। କୁଚିଣ୍ଡା ଅଂଚଳର ଲଙ୍କାକୁ ବାହାର ରାଜ୍ୟରେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯାଉଛି। ସ୍ଥାନୀୟ ଅଂଚଳର କୃଷି ଭିତିଭୂମିକୁ ସଦୃଢ କରିବା ପାଇଁ ନିକଟରେ କୃଷି କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଆଗାମୀ ଦିନରେ ସମ୍ବଲପୁର କୁଚିଣ୍ଡା ଅଂଚଳକୁ ଅଗ୍ରଣୀ ରୂପେ ଗଢିତୋଳିବା ପାଇଁ ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ପଡିବ। ଏଥିପାଇଁ କାର୍ଯ୍ୟକର୍ତାମାନେ ତୃଣମୂଳ ସ୍ତରରେ କଠିନ ପରିଶ୍ରମ କରି ଦଳୀୟ ସଂଗଠନକୁ ଆହୁରି ମଜବୁତ୍‍ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସେହିପରି ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିବା ଆନ୍ଦୋଳନରେ ସମ୍ବଲପୁରର ଯୁବକମାନେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇଚ୍ଛାଶକ୍ତି କାରଣରୁ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଭର୍ଚୁଆଲ ରାଲି ଜିଲ୍ଲା ସଭାପତି ଗରିଶ ପଟେଲଙ୍କ ଅଧ୍ୟକ୍ଷତାରେ ବସିଥିଲା। ସେ ଉଦବୋଧନ ଦେଇ କହିଥିଲେ ଯେ ମୋଦି ସରକାର ସବୁ ବର୍ଗର ଲୋକଙ୍କ ପାଇଁ କାମ କରୁଛନ୍ତି। ତାଙ୍କର ଦୃଢ ନେତୃତ୍ୱ କାରଣରୁ ଆଜି ଜଣେ ଗରିବ ଲୋକ ସବୁ ପ୍ରକାର ମୌଳିକ ସୁବିଧା ପାଇପାରୁଛି। ପ୍ରଧାନମନ୍ତ୍ରୀ ଗରିବ ଲୋକଙ୍କ ଜୀବଶୈଳିକୁ ପରିବର୍ତନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାସଂଦ ନୀତିଶ ଗଙ୍ଗଦେବ, ବରିଷ୍ଠ ନେତା ସୁଶିଲ କର, ବୃନ୍ଦାବନ ମାଝି,
ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାଏକ, ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.