ଡି ବ୍ରଦର୍ସଙ୍କ ଘରୁ ମିଳିଲା ଆଉ ୩ ବନ୍ଧୁକ, ୧୭୫ ଗୁଳି

କଟକ: ଡି ବ୍ରଦର୍ସଙ୍କ ଘରେ ଥିବା ସିକ୍ରେଟ୍‌ ଚ୍ୟାମ୍ୱରରୁ ପୁଣି ୩ ବନ୍ଧୁକ, ୫ଟି ମ୍ୟାଗାଜିନ୍‌ ଓ ୧୭୫ଟି ଗୁଳି ଜବତ କରିଛି ପୁଲିସ। ଏହାସହ ସାଢ଼େ ୧୬ ଲକ୍ଷ ଟଙ୍କା କମିଶନରେଟ୍‌ ପୁଲିସ ଜବତ କରିଛି। ଏନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଏହି ଦୁଇ ଗ୍ୟାଙ୍ଗଷ୍ଟରଙ୍କ ଘରେ ପୁଲିସ ଯେତେଥର ଚଢ଼ାଉ କରୁଛି ସେତେଥର ଗୁଳି ବନ୍ଧୁକ ଜବତ ହେଉଛି। ଗତକାଲି ଘରେ ଚଢାଉ କରି ଗୁଳିଗୁଳା ଜବତ କରିଥିଲା ପୁଲିସ। ଆଜି ବି ଧଳ ସାମନ୍ତଙ୍କ କଟକ ସିଡିଏ ସ୍ଥିତ ଘରକୁ ଯାଇ ପୁଲିସ ସର୍ଚ୍ଚ ଅପରେସନ କରିଥିଲା।।

ଛାତ ସିଲି୍ଂ ଭିତରୁ ୩ଟି ୯ ଏମ୍ଏମ୍ ପିସ୍ତଲ ମିଳିଥିବା ବେଳେ ୧୭୫ ରାଉଣ୍ଡ ଗୁଳି ଏବଂ ୧୬.୫ ଲକ୍ଷ ଟଙ୍କା ପାଇଛି ପୁଲିସ। ବେଶ ଚାଲାକ‌ର ସହ ଛାତ ସିଲି୍ଂ କରି ଏସବୁ ହତିଆର୍‌କୁ ଲୁଚାଇ ରଖାଯାଇଥିଲା। ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଗୁଳିଗୋଳା ଲୁଚାଇ ରଖାଯାଇଥିଲା। ପୁଲିସ ଜେରା କରିବା ବେଳେ ଡି ବ୍ରଦର୍ସ ଏନେଇ ମାନିଯାଇଥିଲା ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି।ଏଥିସହିତ ଗତକାଲିଠାରୁ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନ ଆଜି ଶେଷ ହୋଇଥିବା ସୂଚନା ଦେଇଛି ଡିସିପି।

Comments are closed.