କୂଅରୁ ବାହାରୁଛି ଏଲପିଜି ସିଲିଣ୍ଡର

0

କୌସମ୍ବୀ: କୌସମ୍ବୀର ଏକ କୂଅ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏପରିକି ଏହି କୂଅକୁ ଦେଖିବାକୁ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଛି। କାରଣ କୂଅର ପାଣି କିମ୍ବା ତା’ର ଗଭୀରତା ନୁହେଁ ବରଂ କୂଅ ଭିତରୁ ଉଦ୍ଧାର ହେଉଛି ଗୋଟିଏ ପରେ ଗୋଟିଏ ରନ୍ଧନ ଗ୍ୟାସ ସିଲିଣ୍ଡର। କୌସମ୍ବୀ ଜିଲାର ମନଝାନପୁର ଗ୍ରାମର ଏହି କୂଅ ଏଣିକି ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅଦ୍ୟାବଧି ଏହା ମଧ୍ୟରୁ ୨୫୦ରୁ ଊଦ୍ଧ୍ୱର୍ ଏଲପିଜି ସିଲିଣ୍ଡର ଉଦ୍ଧାର ସରିଛି। ଏହ୍ଲାବାଦ ପୁଲିସଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଜବତ୍‍ ସିଲିଣ୍ଡର ମଧ୍ୟରୁ କିଛି ଖାଲି ରହିଥିବାବେଳେ କିଛି ଭର୍ତ୍ତି ରହିଛି। ପୁଲିସ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦ଦିନ ପୂର୍ବେ ଝୁନ୍ସି ଅଞ୍ଚଳରୁ ଖାଲି ସିଲିଣ୍ଡର ନେଇ ଯାଉଥିବା ଏକ ଟ୍ରକ ଲୁଟ ହୋଇଥିଲା। ଇଣ୍ଡେନ କମ୍ପାନୀର ଖାଲି ସିଲିଣ୍ଡର ନେଇ ଯାଉଥିବା ଏହି ଟ୍ରକ କାନପୁର ଯାଉଥିଲା। ରାଜପଥରେ ଏହି ଟ୍ରକ ସମେତ ସିଲିଣ୍ଡରକୁ ଲୁଟି ନେଇଥିଲେ କିଛି ଦୁର୍ବୃତ୍ତ। ଏହି ଘଟଣାରେ ଝୁନ୍ସି ଥାନାରେ ଅଭିଯୋଗ ଦେବା ପରେ ପୁଲିସ ଟ୍ରକଟିକୁ ଉଦ୍ଧାର କରିଥିଲେ ମଧ୍ୟ ଅଦ୍ୟାବଧି ସିଲିଣ୍ଡର ଉଦ୍ଧାର ହୋଇ ନଥିଲା। ଜବତ୍‍ ସିଲିଣ୍ଡରଗୁଡ଼ିକ ଉକ୍ତ ଟ୍ରକରୁ ଲୁଟ୍‍ କରି ଦୁର୍ବୃତ୍ତ ଏହି କୂଅରେ ଲୁଚାଇଥିବା ପୁଲିସ ସନ୍ଦେହ କରୁଛି।

Leave A Reply