ସାମୁଦ୍ରିକ ବାତ୍ୟା ‘କ୍ୟାର’ ଅଧିକ ଘନୀଭୂତ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ କହିଛି ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘କ୍ୟାର’ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଭୟଙ୍କର ସାମୁଦ୍ରିକ ବାତ୍ୟା ରୂପ ନେବ। ଏହାର ପ୍ରଭାବରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହାର ପ୍ରଭାବରେ କର୍ଣ୍ଣାଟକ, ଗୋଆ ଓ ଦକ୍ଷିଣ-କଙ୍କଣର ଉପକୂଳ ଏବଂ ଉତ୍ତର-କଙ୍କଣର ବିଚ୍ଛିନ୍ନାଞ୍ଚଳରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟ ପକ୍ଷରେ ଆସନ୍ତାକାଲି ପବନର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟରକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥି ପାଇଁ ଅତି ପ୍ରବଳ ବର୍ଷା ସହ ୨୪ ଘଣ୍ଟା ମଧ୍ୟରେ ୨୦୪ ମିଲି ମିଟର ବର୍ଷା ହେବାର ସମ୍ଭାବନା ରହିଛି।

Comments are closed.