ପାରାଦୀପଠାରୁ ୨୮୦ କିମି ଦୂରରେ ‘ୟାସ’, ଘଣ୍ଟା ପ୍ରତି ୧୭ କିମି ବେଗରେ ଆଗକୁ ବଢ଼ୁଛି

ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ୟାସ’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ମାଡ଼ି ଆସୁଛି। ସମୁଦ୍ର ଭିତରେ ବାତ୍ୟା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୭ କିମି ବେଗରେ ଗତି କରୁଛି। ଅପରାହ୍ନ ଗୋଟାଏ ସୁଦ୍ଧା ବାତ୍ୟା ପାରାଦୀପଠାରୁ ୨୮୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।

ଗତ ୬ ଘଣ୍ଟା ହେବ ୟାସ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ପାରାଦୀପଠାରୁ ଦକ୍ଷିଣ ଏବଂ  ଦକ୍ଷିଣ-ପୂର୍ବ ଦିଗକୁ ୨୮୦ କିଲୋମିଟର ଦୂରରେ ବାତ୍ୟା ରହିଛି। ସେହିପରି ବାଲେଶ୍ଵରଠାରୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଦିଗକୁ ୩୮୦ କିଲୋମିଟର ଦୂରରେ ଅଛି। ଦୀଘାଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗକୁ ୩୭୦ କିଲୋମିଟର ଦୂରରେ ବାତ୍ୟା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ୧୨ ଘଣ୍ଟାରେ ୟାସ ଆହୁରି ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେବ।

Comments are closed.