ମାଡି ଆସୁଛି ବାତ୍ୟା ‘ତିତଲି’ , ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶରେ ସତର୍କ ସୂଚନା ଜାରି

0

ନୂଆଦିଲ୍ଲୀ .- ଆରବ ସାଗରରେ  ବାତ୍ୟା ‘ଲୁବାନ’ ଅଧିକ ଘନୀଭୂତ ହୋଇ ଓମାନ  ଉପକୂଳ ଆଡକୁ ଗତି କରୁଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ  ଧୀରେ ଧୀରେ ଅଧିକ ଘନୀଭୂତ ହୋଇ  ଅବପାତ ଓ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ଅବପାତର ରୂପ ନେବ ବୋଲି  ପୂର୍ବନୁମାନ କରାଯାଉଛି ।  ଏହା ସମୁଦ୍ର ମଧ୍ୟରେ ଅଧିକ ଶକ୍ତିଶାଳୀ ହେବା ସହ ବାତ୍ୟାର ରୂପ ନେଇ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।

ଏବେ ଏହା ଗୋପଳପୁର ଠାରୁ  ୭୨୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି ।  ଏହାର ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ଜୋରରେ ପବନ ବହିବା ଆରମ୍ଭ  କରିବ ।  ପାକିସ୍ତାନରୁ ପକ୍ଷରୁ ପ୍ରସ୍ତାବିତ  ନାମ ‘ତିତଲି’ ଅନୁସାରେ ଏହାର ନାମକରଣ କରାଯାଇଛି  । ପବନ ବେଗ  ୭୦-୮୦ କିଲୋମିଟର ରହିବ  ଓ ମଝିରେ ମଝିରେ  ୯୦ କିଲୋମିଟରରେ ପହଞ୍ଚିବ । ୧୧ ତାରିଖ  ସକାଳ ୫ଟା୩୦ ସମୟ ରେ ଏହା ସ୍ଥଳଭାଗ ସ୍ପର୍ଶ  କରିବ  ବୋଲି ପାଣିପାଗ ସୂଚନା ପ୍ରଦାନକାରୀ ଅନ୍ତର୍ଜାତୀୟ ସଂସ୍ଥା ସ୍କାଏ ମେଟ୍‌ ପ୍ରକାଶ କରିଛି । ଏହାର ପ୍ରଭାବରେ ୧୦ ତାରିଖରେ  ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ ଓ ୧୨ ତାରିଖରେ ସାରା ଓଡିଶାରେ ବର୍ଷା ହେବ । ୧୩ ତାରିଖରୁ ବର୍ଷାର ପରିମାଣ କମିପାରେ ।

ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀମାନେ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply