ମୁକାବିଲା ପ୍ରସ୍ତୁତି ଲାଗି ଜିଲାପାଳଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଆଦି ୬ଟି ଜିଲାର ଜିଲାପାଳଙ୍କ ସହ ଆଲୋଚନା ସମୟରେ ସେମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ଯଥାଶୀଘ୍ର ଆଶୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଛନ୍ତି। ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିବା ସହ ସେଠାରେ ପରିମଳ ଓ ସ୍ୱଚ୍ଛତା ରକ୍ଷା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ସେହିପରି ପ୍ରାଥମିକ ଚିକିତ୍ସା ଏବଂ ଔଷଧ ଆଦି ବ୍ୟବସ୍ଥା କରିବାକୁ ସେ ନିର୍ଦେଶ ଦେଇଛନ୍ତି।

Comments are closed.