ଉପକୂଳ ମୁହାଁ ବାତ୍ୟା ନିସର୍ଗ : ଅପରାହ୍ନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା, ରେଡ୍ ଆଲର୍ଟରେ ମହାରାଷ୍ଟ୍ର ଓ ଗୁଜରାଟ

ମହାରାଷ୍ଟ୍ରରେ ମୁତୟନ ହେଲେ ୨୦ ଏନଡିଆରଏଫ ଟିମ୍

ନୂଆଦିଲ୍ଲୀ : ଘଣ୍ଟାକୁ ୧୩ କି.ମି. ବେଗରେ ଉପକୂଳ ଆଡକୁ ମାଡି ଆସୁଛି ଆରବସାଗରରେ ସୃଷ୍ଟ ବାତ୍ୟା ନିସର୍ଗ । ଭୀଷଣ ବାତ୍ୟାର ରୂପ ନେଇ ଆଜି ଅପରାହ୍ନରେ ମୁମ୍ବାଇର ୯୬ କିଲୋମିଟର ଦକ୍ଷିଣକୁ ଆଲିବାଗ ନିକଟରେ ଲ୍ୟାଣ୍ଡ୍‌ଫଲ୍ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଦେଇଛି। ବାତ୍ୟା ନିସର୍ଗ ପ୍ରଭାବରେ ମହାରାଷ୍ଟ୍ର ଓ ଗୁଜରାଟର ଉପକୁଳ ଜିଲ୍ଲା ଗୁଡିକରେ ପ୍ରଳ ବର୍ଷା ଆରମ୍ଭ ହଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଦକ୍ଷିଣ ମୁମ୍ବାଇ ଠାରୁ ପ୍ରାୟ ୯୪କିଲୋମଟିର ରେ ଅବସ୍ଥିତ ମହାରାଷ୍ଟ୍ରର ଆଲିବଗ୍ ଠାରେ ନିସର୍ଗ ଲ୍ୟାଣ୍ଡ ଫଲ କରିବ । ଯେଉଁ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବ, ସେହି ସମୟରେ ମୁମ୍ବାଇ ସହ ଥାଣେ, ପାଲଘର ଓ ରାଇଗଡ ଜିଲ୍ଲାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର , ଏପରିକି ୧୨୦ କିଲୋମିଟର ବେଗରେ ପବନ ବହିପାରେ। ଏହି ସମୟରେ ସମୁଦ୍ରରେ ୨ ମିଟର ଉଚ୍ଚ ଜୁଆର ଆସିବା ସହ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

ଲ୍ୟାଣ୍ଡଫଲ୍ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ମୁହାଁ ହୋଇ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ମଧ୍ୟ ଦେଇ ହରିହରେଶ୍ବର ଏବଂ ଦାମନ ଅତିକ୍ରମ କରିବ। ବାତ୍ୟା ମୁକାବିଲା ପାଇଁ ମହାରାଷ୍ଟ୍ର ଓ ଗୁଜରାଟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଉଭୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରଭାବିତ ହେବାକୁ ଥିବା ଦୁଇ ରାଜ୍ୟର ଉପକୂଳ ବର୍ତ୍ତି ଜିଲ୍ଲାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଗୁଜରାଟର ବିଭିନ୍ନ ସମୁଦ୍ର ଉପକୁଳବର୍ତ୍ତି ଜିଲ୍ଲାରୁ ୮୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସାଉଥ ମୁମ୍ବାଇ, ନଭି ମୁମ୍ବାଇ ଗୁଜରାଟର ବିଭିନ୍ନ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।

ବାତ୍ୟା ନିସର୍ଗକୁ ନେଇ ଏନଡିଆରଏଫ ଟିମ୍ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି । ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ର ବାତ୍ୟା ନିସର୍ଗ ସହ ମୁକାବିଲା କରିବା ପାଇଁ ପୁରା ପ୍ରସ୍ତୁତ ରହିଛି । ବାତ୍ୟା ସମୟରେ ସହାୟତା ଓ ଉଦ୍ଧାର କାର୍ୟ୍ୟ ପାଇଁ ଏନଡିଆରଏଫ ପୁରା ମହାରାଷ୍ଟ୍ରରେ ୨୦ ଟି ଟିମ୍‌କୁ ମୁତୟନ କରିଛି । ମୁମ୍ବାଇରେ ୮ଟି ଟିମ୍‌, ରାୟଗଡରେ ୫ଟି ଟିମ୍‌, ପାଲଘରରେ ୨ଟି ଟିମ୍‌, ଠାଣେରେ ୨ଟି ଟିମ୍‌ ମୁତୟନ ଅଛନ୍ତି ।

 

Comments are closed.