ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ ଫୋନି ପରବର୍ତ୍ତୀ ପରିସ୍ଥିତି

ଭୁବନେଶ୍ୱର: ଫୋନି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସମୀକ୍ଷା କରିଛନ୍ତି। ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ପାଇଁ ରାଜ୍ୟରେ ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସ୍ଥାନାନ୍ତରୀତ ହୋଇଥିବା ଲୋକଙ୍କୁ ଏବେ ବିଭିନ୍ନ ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ଗମନାଗମନ ଓ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସବିଶେଷ ରିପୋର୍ଟ ମିଳିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସେ କହିଛନ୍ତି।