ବାତ୍ୟା ଓଡ଼ିଶା ଛୁଇଁବା ସମ୍ଭାବନା କମ

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟା ନେଇ ଅପପ୍ରଚାର ଚାଳିଥିବାବେଳେ ଭାରତୀୟ ଜଳବାୟୁ ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ଅବପାତରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଗଭୀର ଅବପାତର ରୂପ ନେବ। ତେବେ କେଉଁ ଦିଗକୁ ଏହା ଗତି କରିବ ବର୍ତ୍ତମାନ ସୁଦ୍ଧା ପୂର୍ବାନୁମାନ କରାଯାଇନାହିଁ। ତେବେ ଏହା ଓଡ଼ିଶା ଉପକୂଳକୁ ଆସିବ ସମ୍ଭାବନା କମ ରହିଛି ।

ଆଇଏମଡି ସୂଚନା ଅନୁସାରେ,  ଅବପାତ ସ୍ଥଳ ବର୍ତ୍ତମାନ ପାରାଦୀପଠାରୁ ୯୫୦ କିଲୋମିଟର ଦୂରରେ ରହିଛି ବାତ୍ୟା କେଉଁ ଦିଗକୁ ଗତି କରିବ କାଲିସୁଦ୍ଧା ଜଣାପଡ଼ିଯିବ । ଏହା ବାତ୍ୟାରେ ପରିଣତ ହେଲେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡକୁ ମୁହାଁଇବ ବାତ୍ୟା ପଶ୍ଚିମବଙ୍ଗ ବା ବାଂଲାଦେଶକୁ ମୁହାଁଇବା ସମ୍ଭାବନା ରହିଛି। ଏହା ସହିତ ଘଣ୍ଟାପ୍ରତି ୪୦ରୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ତେଣୁ ଏସଆରସିଙ୍କ ପକ୍ଷରୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଆସନ୍ତା ୮ ତାରିଖଠାରୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Comments are closed.