୪୮ ଘଣ୍ଟାରେ ବାତ୍ୟାର ରୂପ ନେବ ଅବପାତ

0

ଭୁବନେଶ୍ବର: ବଙ୍ଗୋପସଗାରରେ ସୃଷ୍ଟ ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତ ହୋଇ ବାତ୍ୟାର ରୂପ ନେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗୋପାଳପୁର ଠାରୁ ୭୨୦ କିମି ଦୂରରୁ ଏହା ଉତ୍ତର-ପଶ୍ଚିମ ମୁହାଁ ହୋଇଛି । ଏହାର ପ୍ରଭାବରେ ମଙ୍ଗଳବାର ସଂଧ୍ୟାରୁ ରାଜ୍ୟରେ ବର୍ଷାର ଆରମ୍ଭ ହେବ । ରାଜ୍ୟର ୧୧ଟି ଜିଲାରେ ବର୍ଷାର ସମ୍ଭାବନା ରହିଛି । କଟକ, କେନ୍ଦ୍ରାପଡା, ଭଦ୍ରକ, କନ୍ଧମାଳ, ବୌଦ୍ଧ ଜିଲରେ ବର୍ଷାର ସମ୍ଭାବନା ରହିଥିବା ବେଳେ ପୁରୀ, ଗଞ୍ଜାମ, ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଛି । ୧୦ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏହି ସମୟରେ ୭୦ରୁ ୮୦ କିମି ବେଗରେ ପବନ ବହିବ । ବର୍ତ୍ତମାନ ଅବପାତ ଦୁର୍ବଳ ହେବାର ସମ୍ଭାବାନା ନାହିଁ । ୧୩ ତାରିଖ ପରେ ଏହାର ପ୍ରଭାବ କମି ଯିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

Leave A Reply