ଆସୁଛି ଆଉ ଏକ ଲଘୁଚାପ; ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ବିପଦ ଆଶଙ୍କା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଆସନ୍ତାକାଲି ସୁଦ୍ଧା ଘନୀଭୂତ ହୋଇପାରେ ଓ ୧୬ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଆକଳନ କରିଛନ୍ତି ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦେଶକ ଡ଼. ଶରତ ଚନ୍ଦ୍ର ସାହୁ ।

ଡ଼. ସାହୁଙ୍କ ସୂଚନା ଅନୁସାରେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପରିମାଣରେ ପଡ଼ିବ ତାହା ଆସନ୍ତା ୧୫ ତାରିଖରେ ସ୍ପଷ୍ଟ ହେବ । ତେବେ ଏହି ଲଘୁଚାପର ପ୍ରଭାବ ୧୬ ତାରିଖ ରାତିରେ ଅନୁଭୂତ ହେବ ।  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ  ୧୯ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିବ । ଅନ୍ୟପକ୍ଷରେ ଘୂର୍ଣ୍ଣିଝଡ ସୃଷ୍ଟି ହେବା ନିମନ୍ତେ ଆବଶ୍ୟକୀୟ ପରିବେଶ ଓ ସମୁଦ୍ର ପୃଷ୍ଠର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ରହିଥିବାରୁ ଏହି ଅବପାତ ଘୂର୍ଣ୍ଣିଝଡରେ ପରିଣତ ହେବାର ଆଶଙ୍କାରହିଛି ବୋଲି ସେ କହିଛନ୍ତି । ଅପରପକ୍ଷରେ ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଡ଼. ସାହୁ କହିଛନ୍ତି ।

Comments are closed.