ସ୍କୁଟି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଶନିବାର ରାତି ପ୍ରାୟ ନଅଟା ସମୟରେ ୧୬ନଂ ଜାତୀୟ ରାଜପଥର ଗ୍ରୀନ୍ ପାର୍କ ଛକ ନିକଟରେ ଏକ ସ୍କୁଟି ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ଗ୍ରାମର ପଦ୍ମ ଚରଣ ସାମନ୍ତରାୟ (୪୦)। ମିଳିଥିବା ସୂଚନା ଅନୁଯାୟୀ ରାତି ପ୍ରାୟ ନଅଟା ସମୟରେ ପଦ୍ମ ଚରଣ ତାଙ୍କ ସାଇକଲରେ ରାସ୍ତା ପାର ହେଉଥିବା ବେଳେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଯାଁଳା ଫାଣ୍ଡି ପୁଲିସ୍ ତାଙ୍କୁ ଏମସ୍ ମେଡିକାଲ୍ ପଠାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ରାତି ପ୍ରାୟ ବାରଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.