ସାଇକଲ ଚାଳକଙ୍କୁ ମିଳୁଛି ଅଧିକ ଦରମା

ପରିବେଶ ପ୍ରଦୂଷଣକୁ ଲକ୍ଷ୍ୟ କରି ବିଶ୍ୱସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। ସର୍ବେକ୍ଷଣରୁ ଜଣାପଡ଼ିଛି, ସବୁଠୁ ଅଧିକ ଯାନବାହନ କିଣା ଚୀନ୍‍ରେ ହେଉଛି। ଗାଡ଼ିମଟରରୁ ନିର୍ଗତ ଧୂଆଁ ଦ୍ୱାରା ଅନେକ ରୋଗ ହେବା ସହ ପରିବେଶ ପ୍ରଦୂଷଣର ଅନ୍ୟ ଏକ ମୁଖ୍ୟ କାରଣ। ଏସବୁକୁ ଲକ୍ଷ୍ୟ କରି ଇଟାଲୀସ୍ଥିତ ମେସାରୋସା ସହରରେ ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେଠାକାର ୪ଟି ବଡ଼ କମ୍ପାନୀ ଘୋଷଣା କରିଛନ୍ତି, ଯେଉଁ ବ୍ୟକ୍ତିମାନେ ମଟରସାଇକଲ କିମ୍ବା କାର୍‍ ବଦଳରେ ସାଇକଲ ଚଳାଇ କାର୍ଯ୍ୟାଳୟକୁ ଆସିବେ, ସେମାନଙ୍କୁ ଅନ୍ୟ କର୍ମଚାରୀଙ୍କ ଅପେକ୍ଷା ଅଧିକ ଦରମା ମିଳିବ। ସୋମବାର ସେଠାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ଏହା ଅବଗତ କରାଯାଇଛି। ମିଳିଥିବା ଖବର ଅନୁସାରେ, ସାଇକଲ ଚଳାଇ ଆସିବା କର୍ମଚାରୀଙ୍କୁ ମାସିକ ୧୦ହଜାରରୁ ୧୫ହଜାର ଅଧିକ ବେତନ ଦିଆଯିବ। କମ୍ପାନୀର ମାଲିକଙ୍କ ଲକ୍ଷ୍ୟ ଅର୍ଥ ଲୋଭରେ ଅଧିକାଂଶ କର୍ମଚାରୀ ଏଭଳି ନିୟମକୁ ଆପଣେଇବେ। କିଛିଦିନ ସାଇକଲ ଚଳାଇବା ପରେ ସେମାନେ ଏହାର ଉପଯୋଗିତା ନିଶ୍ଚୟ ଜାଣିପାରିବେ। ଇଣ୍ଟରନେଟ୍‍ରେ ଏହି ଖବର ପ୍ରକାଶିତ ହେବା ପରେ ବିଭିନ୍ନ ବର୍ଗର ଲୋକେ ଏହି ଉଦ୍ୟମକୁ ବେଶ୍‍ ପ୍ରଶଂସା କରିଛନ୍ତି।

Comments are closed.