ଚାଷୀ ନ୍ୟାୟ ପାଇଁ ସାଇକେଲ ଯାତ୍ରା

ନୂଆପଡ଼ା : ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ସାଇକେଲ ଯାତ୍ରା କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲିରୁ ଗତ ସୋମବାର ସାଇକେଲ ଯାତ୍ରା ବାହାରି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାପନ କରାଯାଇଛି। ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ସାଇକେଲ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ବର୍ତ୍ତମାନ ସମୟରେ ଜିଲ୍ଲାକୁ ଅଧିକ ଟାର୍ଗେଟ ଅଣାଯାଇ ଚାଷୀଙ୍କ ଧାନ ଉଠିବା ପର୍ଯ୍ୟନ୍ତ ମଣ୍ଡି ଖୋଲା ରଖାଯାଉ ବୋଲି ଦାବି ଜଣାଇଥିଲେ।

Comments are closed.