ନାଗପୁରରୁ ଭୁବନେଶ୍ୱର ସାଇକେଲ ଅଭିଯାତ୍ରୀଙ୍କୁ ବୌଦ୍ଧରେ ସମ୍ବର୍ଦ୍ଧନା

ବୌଦ୍ଧ : ପ୍ରଦୂଷଣ ମୁକ୍ତ, ବେଟି ବଞ୍ଚାଅ-ବେଟି ପଢାଅ, ପ୍ରତି ଘରେ ଗୋଟିଏ ଗଛ ଲଗାଇବା ପାଇଁ ସଚେତନତା ସାଇକେଲ ଯାତ୍ରା କରୁଛନ୍ତି ନାଗପୁରର ତିନି ଶିକ୍ଷକ ଓ ବ୍ୟବସାୟୀ ବନ୍ଧୁ । ୫ଦିନରେ ୧୦୦୦କିଲୋମିଟର ଯାତ୍ରା ଲକ୍ଷ୍ୟ ରଖି ବାହାରିଛନ୍ତି । ବୁଧବାର ତେଲିବନ୍ଧରେ ପ୍ରଭାତ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରୋପ କ୍ଳବର ସଦସ୍ୟମାନେ, ବୌଦ୍ଧ ବ୍ରିଜରେ ସମାଜସେବୀ କୃତ୍ତିବାସ ପଲିଆ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗା ବାର୍ଷିକ କ୍ରୀଡା ଉତ୍ସବ ଅବସରରେ ଅଧକ୍ଷ ହରେକୃଷ୍ଣ ବେହେରା, ଅଭିଭାବକ ସଙ୍ଘ ସଭାପତି ସ୍ୱାଧୀନ ବିଶ୍ୱାଳ, ସଭ୍ୟ ପ୍ରଭାତ ଚନ୍ଦ୍ର ପ୍ରଧାନ ଓ କୃତ୍ତିବାସ ପଲିଆ ପ୍ରମୁଖ ସାଇକେଲ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

Comments are closed.