ଡାକ୍ତରଙ୍କଠାରୁ ୭୭ ଲକ୍ଷ ଠକିନେଲେ ସାଇବର ଲୁଟେରା

0

କଟକ: ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ କୌଣସି ନା କୌଣସି ବ୍ୟକ୍ତି ସାଇବର ଅପରାଧୀଙ୍କ ଦ୍ବାରା ଠକେଇର ଶିକାର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ସିଡିଏ ସେକ୍ଟର-୭ ଅଞ୍ଚଳର ଜଣେ ଡାକ୍ତର ସନାତନ ମହାନ୍ତିଙ୍କୁ ସାଇବର ଲୁଟେରା ୭୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ସମ୍ପର୍କରେ ସନାତନ ସାଇବର ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ, ମୋବାଇଲ୍‌ ସିମ୍‌ ଆକ୍ଟିଭ କରାଇଦେବା ବାହାନାରେ ସାଇବର ଠକ ସନାତନଙ୍କଠାରୁ ୭୭ ଲକ୍ଷ ୮୭ ହଜାର ଠକି ନେଇଛନ୍ତି। ସନାତନଙ୍କ ବିଏସଏନଏଲ ନମ୍ବର ଇନାକ୍ଟିଭ ହୋଇଯିବ, ତାହାକୁ ଆକ୍ଟିଭ କରାଇବା ଲାଗି ଏକ ମେସେଜ ଆସିଥିଲା। ଏହା ପରେ ସନାତନ ଉକ୍ତ ନମ୍ବରକୁ ଯୋଗାଯୋଗ କରିଥିଲେ। ନମ୍ବରକୁ ଆକ୍ଟିଭ କରାଇବା ବାହାନାରେ ସାଇବର ଠକ ତାଙ୍କଠାରୁ ଏଟିଏମ କାର୍ଡ ନମ୍ବର, ସିଭିଭି କୋଡ୍‌ ଏବଂ ନମ୍ବର ଲିଙ୍କ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ନେଇଯାଇଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ ସେମାନେ ଆକାଉଣ୍ଟରୁ ଏତେ ପରିମାଣର ଅର୍ଥ ଲୁଟି ନେଇଥିଲେ।

Guide des médicaments. Recherche par lettre : A – Z. canada casino online Médicaments similaires Tout voir.

Leave A Reply