MEllora 950×100

ସାଇବର ଠକେଇ : ପୁଲିସ କର୍ମଚାରୀଙ୍କ ପତ୍ନୀ ହରାଇଲେ ୯୯ ହଜାର ଟଙ୍କା

ସମ୍ବଲପୁର  : ସରକାର, ଆରବିଆଇ ଓ ପୁଲିସ ବାରମ୍ବାର ବିଭିନ୍ନ ମାଧ୍ୟମରେ ଜନତାଙ୍କୁ ସଚେତନ କରିଲେ ସୁଦ୍ଧା ସାଇବର ଠକଙ୍କ ଜାଲରେ ପଡି ଲୋକେ ଠକେଇର ଶିକାର ହେଉଛନ୍ତି । ଏଭଳି ଏକ ଘଟଣାରେ ସମ୍ବଲପୁରର ରିର୍ଜଭ ପୁଲିସ ଲାଇନରେ। ଏଠାରେ ରହୁଥିବା ଜଣେ ପୁଲିସ କର୍ମଚାରୀଙ୍କ ପତ୍ନୀ କିଛି ଦିନ ତଳେ ଅନଲାଇନ୍ ମାଧ୍ୟମରେ ଏକ ଡ୍ରେସ ଅର୍ଡର କରିଥିଲେ । ତେବେ ଅର୍ଡର ଡେଲିଭେରି ହେବାରେ ବିଳମ୍ବ ହେବାରୁ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ନିମନ୍ତେ ଗ୍ରାହକ ସେବାର ନମ୍ବର ଗୁଗୁଲରେ ଖୋଜିଥିଲେ । ଏହା ପରେ ଗ୍ରାହକ ସେବା ନମ୍ବରକୁ ଫୋନ କରିବାରୁ ଏକ ଆପ ଡାଉନଲୋଡ କରି ଫୋନ ପେ’ ଜରିଆରେ ୨ ଟଙ୍କା ଟ୍ରାନ୍ସଫର କଲେ ଅଭିଯୋଗ ପଞ୍ଜିକୃତ ହେବ ବୋଲି ଅପରପକ୍ଷରୁ ସାଇବର ଠକ କହିଥିଲେ। ମହିଳା ଜଣଙ୍କ ସେହି ଠକର ପରାମର୍ଶ ଅନୁଯାୟୀ ଆପ ଡାଉନଲୋଡ କରିବା ସହିତ ଅନଲାଇନ୍ ମାଧ୍ୟମରେ ୨ ଟଙ୍କା ପଇଠ ଏବଂ ଓଟିପି ଦେଇ ଦେବାରୁ ପର୍ଯ୍ୟାୟ କ୍ରମେ ୪୫ ହଜାର ୮୯୩, ୪୨ ହଜାର ୮୯୫ ଏବଂ ୧୦ ହଜାର ୫୮୧ ଟଙ୍କା ସମେତ ସମୁଦାୟ ୯୯ ହଜାର ୩୬୯ ଟଙ୍କା ତାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ନେଇ ଯାଇଛନ୍ତି । ଏ ସର୍ମ୍ପକରେ ଜାଣିବା ପରେ, ଟାଉନ ଥାନାରେ ମହିଳା ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.