ସାଇବର ଠକେଇର ଶୀକାର ହେଲେ ଡାକ୍ତରବାବୁ,୯୫ହଜାର ଟଙ୍କା ଲୁଟ୍

ହରଭଙ୍ଗା : ଅନଲାଇନ ମାର୍କେଟିଂ କରି ପୁଣି ସାଇବର ଠକେଇର ଶୀକାର ହୋଇଛନ୍ତି ଜଣେ ହୋମିଓପାଥି ଡାକ୍ତରବାବୁ। ଏଭଳି ଠକେଇ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୁରୁଣା କଟକରେ। ସୂଚନା ଅନୁସାରେ ପୁରୁଣା କଟକ ବଜାର ଧଳପୁର ଛକରେ ହୋମିଓପାଥି ଡାକ୍ତର ହୃଷିକେଶ ଦାସ ଏକ କ୍ଲିନିକ ରହିଛି। ଡାକ୍ତର ବାବୁ ଅନଲାଇନରେ ଫ୍ଲିପକାର୍ଟରୁ ନିଜ କ୍ଲିନିକ ପାଇଁ ଏକ ଓଜନ ମେସିନ ମଗାଇଥିଲେ। ମେସିନଟି ଖରାପ ପଡିବାରୁ ତାକୁ ଫେରାଇ ଦେଇଥିଲେ।ଦୁଇଦିନ ପର୍ଯ୍ୟନ୍ତ ଫେରସ୍ତ ଟଙ୍କା ନଫେରିବାରୁ ସେ ଗୁଗୁଲରୁ ଫ୍ଲିପକାର୍ଟ ଗ୍ରାହକ ସେବା ନମ୍ବର ଆଣି ଫୋନ କରିଥିଲେ। ତାଙ୍କ ଫୋନ ନମ୍ବର ସାଇବର ଠକ ଟ୍ରାକ କରିନେବା ସହିତ ଠକାମିର ଜାଲ ବିଛାଇଥିଲେ। ସାଇବର ଠକ ଡାକ୍ତରବାବୁଙ୍କୁ ଏକ ଆପ୍ଲିକେସନ ଡାଉନଲୋଡ କରିବା ପାଇଁ କହିଥିଲେ। ତାଙ୍କ କଥାରେ ଡାକ୍ତରବାକୁ ଆପ୍ଲିକେସନ ଡାଉନଲୋଡ କରିବା ସହିତ ନିଜର ଏକାଉଣ୍ଟ ନମ୍ବର ,ଓଟିପି ଇତ୍ୟାଦି ସେୟାର ପରେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ମୋବାଇଲ ନମ୍ବର ସହିତ ଲିଙ୍କଥିବା ତାଙ୍କ ଧର୍ମପନ୍ତ୍ରୀ ମଞୁଲତା ଦାସଙ୍କ ଏକାଉଣ୍ଟରୁ ୯୪ ହଜାର ୯୯୪ଟଙ୍କା ଖାଲି ହୋଇ ଯାଇଥିଲା। ଯେହେତୁ ଫ୍ଲିପକାର୍ଟର ଗ୍ରାହକ ସେବା ନମ୍ବରରେ ଫୋନ କରି ଡାକ୍ତରବାବୁ ଠକେଇ ହୋଇଛନ୍ତି, ସେ ଏ ବାବଦରେ ସାଇବର ହେଲ୍ପଲାଇନର ଆଶ୍ରୟ ନେଇଥିବା ଜଣାପଡିଛି । ସୂଚନା ଥାଉ କି ଡାକ୍ତରବାବୁ ପୁରୁଣା କଟକରେ ଦୀର୍ଘ ୧୫ବର୍ଷ ହେଲା ଏକ ହୋମିଓପାଥି କ୍ଲିନିକ ଖୋଲି ଚିକିତ୍ସା କରିଆସୁଛନ୍ତି। ଏଭଳି ଘଟଣା ହରଭଙ୍ଗା ବ୍ଲକ  ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.