ରୋଗୀଙ୍କୁ ବି ଛାଡ଼ିଲେନି ସାଇବର ଠକ, ୪୮ ହଜାର ହରାଇଲେ ସମ୍ପର୍କୀୟ

ଖଣ୍ଡଗିରି: ଜଣେ କଳା କବକ ରୋଗୀଙ୍କ ଆକାଉଣ୍ଟରୁ ସାଇବର ଠକ ୪୮ ହଜାର ଲୁଟିନେଇଛନ୍ତି। ପ୍ରତ୍ୟକ୍ଷ ନିୟନ୍ତ୍ରଣ (ଅନଲାଇନ)ରେ ଇଞ୍ଜେକ୍ସନ୍ କିଣିବାକୁ ଯାଇ ତାଙ୍କ ଆକାଉଣ୍ଟ ଖାଲି ହୋଇଯାଇଛି । ଟଙ୍କା ଗାଏବ ହୋଇଗଲା, ହେଲେ ଇଞ୍ଜେକ୍ସନ ମିଳିଲାନି। ଏପରି ଅଭିଯୋଗ ଆଣିଛନ୍ତି ଜଣେ ରୋଗୀଙ୍କ ସମ୍ପର୍କୀୟ। ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଏପରି ଠକାମିର ଶିକାର ହୋଇଛନ୍ତି।

ସୂଚନା ମୁତାବକ, ଜଗତସିଂହପୁର ଅଞ୍ଚଳର ଜନୈକ ବ୍ୟକ୍ତି କଳା କବକ ରୋଗରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସା ଲାଗି ଆବଶ୍ୟକ ଇଞ୍ଜେକ୍ସନ୍ ଖୋଜି ସେ ପାଇ ନ ଥିଲେ। ଶେଷରେ ଏହା ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ମିଳୁଥିବା କହି ଏକ ମୋବାଇଲ୍ ଲିଙ୍କ୍ ପଠାଇଥିଲେ ଜଣେ ନର୍ସ। ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଇଞ୍ଜେକ୍ସନ୍ ମିଳୁଥିବା ଦେଖି ଏହା କିଣିବାକୁ ଯାଇ ୪୮ ହଜାର ଟଙ୍କା ଠକାମିର ଶିକାର ହୋଇଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଟଙ୍କା ଠକି ନେଇଥିବା ବ୍ୟକ୍ତି ତା’ର ମୋବାଇଲ ଫୋନ୍‌ ବନ୍ଦ ରଖିଥିବା ଜଣାପଡ଼ିଛି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.