ମାତିଛନ୍ତି ସାଇବର ଲୁଟିଆ: ସପ୍ତାହକରେ ୧୫ ଲକ୍ଷରୁ ଅଧିକ ଠକେଇ

ରାଜଧାନୀରେ ମାତିଛନ୍ତି ଅନ୍‌ଲାଇନ୍ ସାଇବର ଠକ। ସପ୍ତାହକ ମଧ୍ୟରେ ପ୍ରାୟ ୧୫ ଲକ୍ଷ ଟଙ୍କା ସାଧାରଣ ଲୋକଙ୍କଠାରୁ ଲୁଟି ନେଲେଣି। ଜାନୁଆରୀ ୨୫ର ୨୭ ମଧ୍ୟରେ ୩ ଦିନରେ ୪୬ଣଙ୍କଠାରୁ ୧୦,୩୮,୫୦୧ ଟଙ୍କା ଠକି ନେଇଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହିପରି ଗତ ଶୁକ୍ରବାର ୩ ଜଣଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିବା ନେଇ କମିସନରେଟ୍‌ ପୁଲିସର ସାଇବର ସହାୟତା କେନ୍ଦ୍ରରେ ଅଭିଯୋଗ ହୋଇଛି।

 

ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରେ ଏହି ଠକେଇ ହୋଇଛି। ଏହାବ୍ୟତୀତ ଏବେ ବିଭିନ୍ନ ଉପହାର ଜିତିବା ଓ ବିଭିନ୍ନ ଗାଡ଼ି କମ୍ପାନୀର ନୂତନ ସ୍କିମ୍‌ ବାବଦରେ ସୂଚନା ଦେଇ ଠକମାନେ ଲୁଟି ଚାଲିଛନ୍ତି। ବର୍ତ୍ତମାନ ପର୍ୟ୍ୟନ୍ତ ଏଭଳି ଠକଙ୍କର ୩୦୦ରୁ ଅଧିକ ନମ୍ବର ବ୍ଲକ୍‌ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଥିବା ଜଣାପଡିଛି।

Comments
Loading...