ସାଇବର କ୍ରାଇମ ଅଭିଯୋଗ: ଅଭିଯୁକ୍ତ କୋର୍ଟ ଚାଲାଣ

ପାଟକୁରା: ପାଟକୁରା ଥାନା ପୁଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ସାଇବର କ୍ରାଇମ୍‍ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ତିିର୍ତ୍ତୋଲ ଥାନା ଅନ୍ତର୍ଗତ କୁଳସାମନ୍ତରାପୁର ଗ୍ରାମର ନରହରି ସ୍ୱାଇଁଙ୍କ ପୁତ୍ର ତାପସ କୁମାର ସ୍ୱାଇଁ (୪୨) ନିଜକୁ ଟାଟାରେ ଚାକିରି କରିଥିବା ଇଂ. ଦିପକ କୁମାର ପ୍ରଧାନ ପରିଚୟ ଦେଇ ଅନେକ ଯୁବତୀମାନଙ୍କୁ ବିବାହ ପ୍ରଲୋଭନ ଦେଖାଉଥିଲେ। ପାଟକୁରା ଥାନା ଅଞ୍ଚଳର ଜନୈକ ଯୁବତୀଙ୍କ ଫଟୋ ଉତ୍ତୋଳନ କରି ଫଟୋକୁ ନଗ୍ନ ଚିତ୍ର କରିବା ସହିତ ସମ୍ପୃକ୍ତ ଯୁବତୀଙ୍କୁ ବାରମ୍ବାର ବ୍ଲାକ୍‍ ମେଲିଙ୍ଗ୍‍ କରୁଥିବା ସମ୍ପର୍କରେ ପାଟକୁରା ଥାନାରେ ଅଭିଯୋଗ କରାଯାଇଥିଲା। ଏ ସମ୍ପର୍କରେ ପାଟକୁରା ଥାନାରେ ୧୧୬/୨୦ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିଲା।

ଗତକାଲି ପାଟକୁରା ଥାନା ଅଧିକାରୀ ସୁଜିତ୍‍ କୁମାର ପ୍ରଧାନ ତାପସକୁ ତା’ ଘରୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତଠାରୁ ମୋବାଇଲ୍ ଜବତ କରାଯାଇଛି। ଜବତ କରାଯାଇଥିବା ମୋବାଇଲରେ ଅନେକ ମହିଳା ଓ ଯୁବତୀମାନଙ୍କର ଆପତ୍ତିଜନକ ଫଟୋ ରହିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Comments are closed.