ଦେଶରେ ବଢୁଛି ସାଇବର ଅପରାଧ, ଆଗରେ ୟୁପି

ଦେଶରେ ସାଇବର ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୪ରୁ ୨୦୧୮ ମଧ୍ୟରେ ୮୨ ହଜାର ୫୭୫ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ ଆଜି ରାଜ୍ୟସଭାରେ ଏ ବିଷୟ ଜଣାଇଛନ୍ତି। ସେ କହିଛନ୍ତି, ସର୍ବାଧିକ ୨୭ ହଜାର ୨୪୮ଟି ମାମଲା ୨୦୧୮ ମସିହାରେ ଘଟିଥିବା ବେଳେ ୨୧ ହଜାର ୭୯୬ଟି ମାମଲା ୨୦୧୭ ମସିହାରେ ପଞ୍ଜିକୃତ ହୋଇଥିଲା ଓ ୧୨ ହଜାର ୩୧୭ଟି ମାମଲା ୨୦୧୬ ମସିହାରେ ଘଟିଥିଲା।

ସେ କହିଛନ୍ତି, ସର୍ବାଧିକ ୬ ହଜାର ୨୮୦ଟି ସାଇବର ଅପରାଧ ମାମଲା କେବଳ ଉତ୍ତରପ୍ରଦେଶରେ ଘଟିଥିବା ବେଳେ ୫ ହଜାର ୮୩୯ଟି ମାମଲା କର୍ଣ୍ଣାଟକରେ ଘଟିଛି।

Comments are closed.