୨ ହଜାର ଟଙ୍କା କୁପନ ଲୋଭ ଦେଖାଇ ସାଇବର ଠକ ଲୁଟିନେଲେ ୬୦ ହଜାର ଟଙ୍କା

କ୍ରେଡ଼ିଟ୍ କାର୍ଡ଼ରେ ୨ ହଜାର ଟଙ୍କାର କୁପନ ମିଳିବା ଲୋଭ ଦେଖାଇ ସାଇବର ଠକ ଭୁବନେଶ୍ବରର ଜଣେ ମହିଳାଙ୍କଠାରୁ ଲୁଟି ନେଇଛନ୍ତି ୬୦ ହଜାର ଟଙ୍କା । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଜୟଦୁର୍ଗା ନଗରର ମଧୁମିତା ପଟ୍ଟନାୟକ ନାମକ ଜଣେ ମହିଳା ଏହି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ମଧୁସ୍ମିତାଙ୍କ ନିକଟକୁ ଆସାମରୁ ଏକ ନମ୍ବର ୯୧୨୬୧୯୮୫୬୨ରୁ ଏକ କଲ୍ ଆସିଥିଲା । ତାଙ୍କର କ୍ରେଡ଼ିଟ୍ କାର୍ଡ଼କୁ ସକ୍ରିୟ କରିବା ପାଇଁ ତାଙ୍କର ନମ୍ବର ଓ କାର୍ଡ଼ର ସିଭିଭି ନମ୍ବର ମାଗିଥିଲେ ଫୋନ୍ କରିଥିବା ମହିଳା । ଏହା ସହ ତାଙ୍କୁ ୨୦୦୦ ଟଙ୍କାର କୁପନ ମିଳିବ ବୋଲି ମଧ୍ୟ ପ୍ରଲୋଭନ ଦେଖାଇଥିଲେ । ମଧୁସ୍ମିତା ବିଶ୍ବାସରେ ତାଙ୍କ କ୍ରେଡ଼ିଟ୍ କାର୍ଡ଼ ନମ୍ବର ଓ ସିଭିଭି ଦେଇଥିଲେ । ଏହାପରେ ତାଙ୍କ କ୍ରେଡ଼ିଟ୍ କାର୍ଡ଼ରୁ ୬୦ ହଜାର ଟଙ୍କା ବ୍ୟବହାର ହୋଇଥିବା ଏକ ମେସେଜ ମୋବାଇଲକୁ ଆସିଥିଲା । ଏହାପରେ ଯେଉଁ ନମ୍ବରରୁ ଫୋନ୍ ଆସିଥିଲା ତାକୁ ଯୋଗାଯୋଗପାଇଁ ସେ ଉଦ୍ୟମ କରିଥିଲେ ହେଁ ତାହା ଆଉ ଲାଗି ନ ଥିଲା । ଏ ସମ୍ପର୍କରେ ଲକ୍ଷ୍ମୀସାଗର ଥାନାରେ ମଧୁସ୍ମିତା ଏକ ଏତଲା ଦେଇଛନ୍ତି ।

Comments are closed.