ଚାଷୀଙ୍କୁ ଠକିଲେ ସାଇବର ଠକ, ଲୁଟି ନେଲେ ୧୪ଶହ ଟଙ୍କା

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଝାଟିପଡା ଗ୍ରାମର ଶଙ୍କର୍ଷଣ ବାରିକ୍ ନାମକ ଜଣେ ଚାଷୀ ଆଜି ପୂର୍ବାହ୍ନରେ ବିଲକୁ ଯାଇଥିବା ସମୟରେ ତାଙ୍କ ଫୋନକୁ ହଠାତ୍ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଅଜଣା ବ୍ୟକ୍ତି ଜଣକ ଶଙ୍କର୍ଷଣଙ୍କୁ ତାଙ୍କ ଜନଧନ ଖାତାରେ ଟଙ୍କା ଆସିଥିବା କହିବା ସହ ତାଙ୍କ ବ୍ୟାଙ୍କ ଓ ଆଧାର ନମ୍ବର ଆଦି ଅପ ଟୁ ଡେଟ୍ କରିବା ପାଇଁ ମାଗିଥିଲେ। ବିଶ୍ବାସରେ ଶଙ୍କର୍ଷଣ ତାଙ୍କ ଜମାଖାତା ଓ ଆଧାର ନମ୍ବର ଆଦି ତାଙ୍କୁ ଦେଇ ଦେଇଥିଲେ। ଶଙ୍କର୍ଷଣ ଟଙ୍କା ଆସିଥିବ ଭାବି ବ୍ୟାଙ୍କକୁ ଯାଇ ଜମାଖାତା ଚେକ୍ କରିବା ପରେ ତାଙ୍କ ଏକାଉଣ୍ଟରୁ ୧୪ଶହ ଟଙ୍କା ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ଶାଖା ପରିଚାଳକ ଗୋବିନ୍ଦ ସାହୁଙ୍କୁ ଜଣାଇବା ପରେ ତାଙ୍କ ଜମାଖାତାରେ ମାତ୍ର ୬ଶହ ଟଙ୍କା ଥିବାରୁ ଆକାଉଣ୍ଟଟିକୁ ତୁରନ୍ତ ବ୍ଲକ କରିଦେଇଥିଲେ ।

Comments are closed.