କ୍ରିକେଟ୍ ବିଶ୍ବକପ୍ : ଇଂଲଣ୍ଡ ପାଇଁ ୨୩୩ ରନର ବିଜୟ ଲକ୍ଷ୍ୟ ରଖିଲା ଶ୍ରୀଲଙ୍କା

ଟେଣ୍ଟବ୍ରିଜ(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ର ୨୭ତମ ମ୍ୟାଚ୍ ଶୁକ୍ରବାର ଇଂଲଣ୍ଡର ହେଡିଂଲେଠାରେ ଘରୋଇ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଛି। ଏହି ମ୍ୟଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୨ ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ପକ୍ଷରୁ ଇଂଲଣ୍ଡ ପାଇଁ ରଖିଥିବା ୨୩୩ ରନର ବିଜୟ ଲକ୍ଷ୍ୟରେ ମାଥ୍ୟୁସଙ୍କର ବିଶେଷ ଅବଦାନ ରହିଛି। ମାଥ୍ୟୁସ୍ ୧୧୫ ବଲରୁ ସର୍ବାଧିକ ୮୫ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ଗୋଟିଏ ଛକା ଏବଂ ୫ ଟି ଚୌକା ସାମିଲ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଫରନାଣ୍ଡୋ ୩୯ ବଲରୁ ୪୯ ରନ୍( ୨ଟି ଛକା, ୬ଟି ଚୌକା), କୁସାଲ ମେଣ୍ଡିସ୍ ୬୮ବଲରୁ ୪୬ ରନ୍(୨ଟି ଚୌକା) କରିଛନ୍ତି।
ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚେର ଏବଂ ମାର୍କ ଉଡ଼ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଛନ୍ତି।

Comments are closed.