କ୍ରିକେଟ୍‍ ବିଶ୍ୱକପ : ୱେଷ୍ଟଇଣ୍ଡିଜ୍‍ ୨୧୨ରନରେ ଅଲଆଉଟ୍‍, ଇଂଲଣ୍ଡ ପାଇଁ ୨୧୩ରନର ବିଜୟ ଲକ୍ଷ୍ୟ

ସାଉଥ୍‍ଆମ୍ପଣ୍ଟଟନ୍‍(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍‍-୨୦୧୯ରେ ଶୁକ୍ରବାର ଇଂଲଣ୍ଡର ସାଉଥ୍‍ଆମ୍ପଣ୍ଟଟନ୍‍ କ୍ରିକେଟ ଗ୍ରାଉଣ୍ଡରେ ଘରୋଇ ଇଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି। ଏହି ମ୍ୟଚରେ ଇଂଲଣ୍ଡ ପ୍ରଥମେ ଟସ୍‍ ଜିତି ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ୱେଷ୍ଟଇଣ୍ଡିଜ୍‍ ପ୍ରଥମେ ବ୍ୟାଟିଂ କରି ମାତ୍ର ୪୪ଓଭର ୪ଟି ବଲ ଖେଳି ୨୧୨ରନରେ ଅଲଆଉଟ ହୋଇଯାଇଛି। ୱେଷ୍ଟଇଣ୍ଡିଜର ୨୧୩ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪ ଓଭର ଶେଷ ସୁଦ୍ଧା କୌଣସି ୱିକେଟ ନହରାଇ ୨୪ରନ ସଂଗ୍ରହ କରିଛି।

Comments
Loading...