କ୍ରିକେଟ୍ ବିଶ୍ଵକପ୍ : ଆଫଗାନିସ୍ତାନ ପାଇଁ ୨୬୩ ରନର ବିଜୟ ଲକ୍ଷ୍ୟ ରଖିଲା ବାଂଲାଦେଶ

ସାଉଥଆମ୍ପଟନ୍(ଇଂଲଣ୍ଡ) : ଆଇସିସି କ୍ରିକେଟ ବିଶ୍ୱକପ୍-୨୦୧୯ର ୩୧ ତମ ମ୍ୟାଚ୍ ସୋମବାର ଇଂଲଣ୍ଡ ସାଉଥଆମ୍ପଟନ୍ ରୋଜଲ କ୍ରିକେଟ ଗ୍ରାଉଣ୍ଡରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ ସଂଗ୍ରହ କରିଛି। ବାଂଲାଦେଶ ପକ୍ଷରୁ ଆଫଗାନିସ୍ତାନ ପାଇଁ ରଖିଥିବା ୨୬୩ ରନର ବିଜୟ ଲକ୍ଷ୍ୟରେ ରହିମଙ୍କର ବିଶେଷ ଅବଦାନ ରହିଛି। ରହିମ ୮୭ ବଲରୁ ସର୍ବାଧିକ ୮୩ ରନ୍ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ଗୋଟିଏ ଛକା ଏବଂ ୪ ଟି ଚୌକା ଓ ଗୋଟିଏ ଛକା ସାମିଲ ରହିଛି। ଅନ୍ୟମାନଙ୍କ ମଧ୍ୟରେ ସାକିବୁଲ ହାସନ୍ ୬୯ ବଲରୁ ୫୧ ରନ୍(୧ଚୌକା), ତମିମ ଇକବାଲ ୫୩ ବଲରୁ ୩୬ ରନ୍(୪ ଟି ଚୌକା) କରିଛନ୍ତି।
ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର ରେହମାନ ସର୍ବାଧିକ ତିନୋଟି ୱିକେଟ ଅକ୍ତିଆର କରିଛନ୍ତି।

 

Comments are closed.