କ୍ରିକେଟ ବିଶ୍ବକପ : ପାକିସ୍ତାନ ପାଇଁ ୨୨୮ ରନର ବିଜୟ ଲକ୍ଷ୍ୟ ରଖିଲା ଆଫଗାନିସ୍ତାନ

ଲିଡସ : କ୍ରିକେଟ ବିଶ୍ବକପ ୨୦୧୯ରେ ରବିବାର ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚଟି ଲିଡସର ହେଡିଙ୍ଗଲେ ଗ୍ରାଉଣ୍ଡଠାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ଗୁଲବୁଦ୍ଦିନ ନାଏବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଫଗାନିସ୍ତାନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୨୭ ରନ ସଂଗ୍ରହ କରିଛି। ପାକିସ୍ତାନର ଦ୍ରୁତ ବୋଲର ସାହିନ ଆଫ୍ରିଦି ୪ଟି ୱିକେଟ ନେଇଛନ୍ତି।
ଆଫଗାନିସ୍ତାନ ଏପର୍ୟ୍ୟନ୍ତ ୭ଟି ମ୍ୟାଚ ଖେଳି କୌଣସିଟିରେ ବିଜୟ ହାସଲ କରିପାରିନାହିଁ ଓ ଦଳ ସେମିଫାଇନାଲ ଦୌଡରୁ ବାହାରି ଯାଇଛି। କିନ୍ତୁ ସେମିଫାଇନାଲ ଦୌଡରେ ରହିବା ନିମନ୍ତେ ପାକିସ୍ତାନ ପାଇଁ ଏହି ମ୍ୟାଚ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପାକିସ୍ତାନ ଏପର୍ୟ୍ୟନ୍ତ ୭ଟି ମ୍ୟାଚ ଖେଳି ୩ଟି ବିଜୟ ୩ଟି ପରାଜୟ ସହ ମୋଟ ୭ ପଏଣ୍ଟ ପାଇଛି ।

ସେହିପରି ଶନିବାରର ଦ୍ବିତୀୟ ମ୍ୟାଚଟି ଅଷ୍ଟ୍ରେିଲିଆ​‌ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଭାରତୀୟ ସମୟ ୬ଟାରେ ଆରମ୍ଭ ହୋଇଛି । ଏହି ମ୍ୟାଚରେ ଅଷ୍ଟ୍ରେିଲିଆର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.