କ୍ରିକେଟ ବିଶ୍ବକପ : ମ୍ୟାଥୁସଙ୍କ ଶତକ, ଭାରତ ପାଇଁ ୨୬୫ ରନର ବିଜୟ ଲକ୍ଷ୍ୟ 

ଲିଡସ୍: କ୍ରିକେଟ ବିଶ୍ବକପ ୨୦୧୯ର ୪୪ତମ ମ୍ୟାଚ୍ ଶନିବାର ଲିଡସରରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରି ଆଞ୍ଜେଲୋ ମ୍ୟାଥୁସଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୬୪ ରନ ସଂଗ୍ରହ କରିଛି। ଆଞ୍ଜେଲୋ ମ୍ୟାଥୁସ୍ ୧୨୮ ଟି ବଲରୁ ୨ଟି ଛକା ଓ ୧୦ଟି ଚୌକା ସହାୟତାରେ ୧୧୩ ରନ କରିଛନ୍ତି।
ମ୍ୟାଥୁସଙ୍କ ବ୍ୟତୀତ ଥିରିମାନେ ୬୮ଟି ବଲ ଖେଳି ୪ ଟି ଚୌକା ସହାୟତାରେ ୫୩ ରନ୍ କରିଛନ୍ତି। ଭାରତ ପକ୍ଷରୁ ବୁମରାହ ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି।

Comments are closed.