କ୍ରିକେଟ୍ ବିଶ୍ଵକପ୍ : ଗୋଟିଏ ଇନିଂସରେ ୧୭ଟି ଛକା ମାରି ଦିନିକିଆରେ ରେକର୍ଡ଼ କଲେ ଇଅନ ମୋର୍ଗାନ୍

ମାଞ୍ଚେଷ୍ଟର : ଗୋଟିଏ ଇନିଂସରେ ୧୭ଟି ଛକା ମାରି ମଙ୍ଗଳବାର ଏକଦିବସୀୟ ମ୍ୟଚରେ ରେକର୍ଡ଼ କରିଛନ୍ତି ଇଂଲଣ୍ଡର ଅଧିନାୟକ ଇଅନ ମୋର୍ଗାନ। ମଙ୍ଗଳାବର ଇଂଲଣ୍ଡର ମାଞ୍ଚେଷ୍ଟର ଓଲଡ ଟାଫର୍ଟଠାରେ ଖେଳାଯାଇଥିବା ବିଶ୍ଵକପର ୨୪ ତମ ମୁକାବିଲାରେ ଆଫଗାନିସ୍ତାନ ବିପକ୍ଷରେ ମୋର୍ଗାନ ଏହି ରେକର୍ଡ଼ ନିଜ ନାମରେ କରିଛନ୍ତି। ମୋର୍ଗାନ ୭୧ଟି ବଲ ଖେଳି ୧୪୮ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ତାଙ୍କର ୧୭ଟି ଛକା ସାମିଲ ରହିଥିଲା। ଏକଦିବସୀୟ ମ୍ୟାଚରେ ସର୍ବାଧିକ ଛକା ମାରିବାରେ ସେ ଭାରତର ରୋହିତ ଶର୍ମା, ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସଙ୍କୁ ପଛରେ ପକାଇଛନ୍ତି। ୨୦୧୩ରେ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ୧୬ଟି ଛକା ମାରିଥିଲେ। ସେହିପରି ଗେଲ ଓ ଡିଭିଲର୍ସ ମଧ୍ୟ ଗୋଟିଏ ଇନିଂସରେ ୧୬ଟି ଛକା ମାରିଥିଲେ।

Comments are closed.