ପ୍ରାଣି ଚିକିତ୍ସକ ଡା. ରାଜକିଶୋର ମହାନ୍ତିଙ୍କୁ ନାଗରିକ ସମ୍ବର୍ଦ୍ଧନା

କଟକ: ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡାକ୍ତର ରାଜ କିଶୋର ମହାନ୍ତିଙ୍କୁ ‘ଦୟା ଆଶ୍ରମ’ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ପ୍ରାଣୀବିଜ୍ଞାନ ସମିତିର ସମ୍ପାଦକ ଓ କଟକ ଜିଲା ଉତ୍କଳ ସମ୍ମିଳନୀର ସମ୍ପାଦକ ଭାବେ ଡା.ମହାନ୍ତି ଅନେକ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନା କରିଛନ୍ତି ବୋଲି ଏହି ଅବସରରେ ବିଶିଷ୍ଟବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ।

କଟକ ମହାନଗର ନାଗରିକ ମହାସଭାର ସଭାପତି ଡା.ରବିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବରିଷ୍ଠ ସାମ୍ବାଦିକ ଡ.ସତ୍ୟ ରାୟ, ପ୍ରଫେସର ଅନ୍ତର୍ଯ୍ୟାମି ମହାନ୍ତି, କଟକ ମହାନଗର ରୋଟାରୀ ଲ୍ଲବ୍‍ର ସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ‘ଦୟା ଆଶ୍ରମ’ର ଅନ୍ତେବାସୀ ଓ କର୍ମଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ‘ଦୟା ଆଶ୍ରମ’ର କର୍ମକର୍ତ୍ତା ଓ ଅନ୍ତେବାସୀମାନେ ଡା.ମହାନ୍ତିଙ୍କଚ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ। ୮୧ ବର୍ଷ ବୟସ୍କ ଡା.ମହାନ୍ତି ଅନ୍ତେବାସୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହ ସେମାନଙ୍କର ନିରାମୟ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦେବାଶିଷ ମହାନ୍ତି, ଦୀପ୍ତିରାଣି ମହାନ୍ତି, ଅନୁଷ୍କା, ସନ୍‍ଭିକା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.