ଶିଖରପୁର ଲେବଲ କ୍ରସିଂ ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କଟକ : କଟକର ଶିଖରପୁର ଲେବଲ କ୍ରସିଂ ନିକଟରେ ବୁଧବାର ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ସମୟରେ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନଟିର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ୧୦ ନମ୍ବର ଟ୍ରାକରେ ଏହି ଦୁର୍ଘଟଣା ଘଟିଥିବା ବେଳେ ରେଲୱେର ସ୍ୱତନ୍ତ୍ର ଦଳ ଓ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛନ୍ତି। ତେବେ ଅନ୍ୟ ଟ୍ରେନ ଯିବା ଆସିବାରେ କୌଣସି ସମସ୍ୟା ଦେଖାଯାଇ ନାହିଁ ବୋଲି ସୂଚନା ମିଳିଛି।

Comments are closed.