ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ବଦଳିଲା ଟ୍ରେନ ରୁଟ୍

କଟକ : କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟ ଶାଳଗାଁ ଠାରେ ମୁମ୍ବଇ – ଭୁବନେଶ୍ହର ଲୋକମାନ୍ୟ ତିଳକ  ଏକ୍ସପ୍ରେସ ଲାଇନଚ୍ୟୁତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ରେଲବାଇ ପକ୍ଷରୁ କୁହାଯାଇଛି। ଏ ନେଇ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ପୂର୍ବତଟ ରେଲବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଜେ.ପି ମିଶ୍ର ସୂଚନା ଦେଇଛନ୍ତି। ଘନ କୁହୁଡି ପାଇଁ କିମ୍ବା ଅନ୍ୟ କାରଣ ପାଇଁ ଟ୍ରେନ  ଲାଇନଚ୍ୟୁତ ହୋଇଛି ତାହାର ତଦନ୍ତ କରାଯିବ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାପରେ ସେହି ରୁଟରେ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ ଚଳାଚଳ କରିବ କିଛି ଟ୍ରେନ । ଏଲଟିଟି, ପୁରୀ- ରାଉରକେଲା ପାସେଞ୍ଜର, ଦୁର୍ଗ- ପୁରୀ, ଧାନବାଦ -ଭୁବନେଶ୍ବର ରାଜାରାଣୀ, ତାଳେଚର-ପୁରୀ, ମେମୁ ନରାଜ ଦେଇ ଚଳାଚଳା କରିବ ବୋଲି ରେଳ ବାଇ ପକ୍ଷରୁ କୁହାଯାଇଛି।

Comments are closed.