କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ: ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ। କଟକ ଶିଶୁ ଭବନରେ ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଶିଶୁ ଭବନରେ ନିଆଁ ଲାଗିବା ପରେ ତତ୍‌କ୍ଷଣାତ୍ ନିଆଁକୁ ଆୟତ୍ତ କରାଯାଇଛି। ସର୍ଟ ସର୍କିଟ୍‌ ଯୋଗୁ ଶିଶୁ ଭବନରେ ଘଟିଥିବା ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନ କରାଯାଇଛି। ତେବେ ଶିଶୁ ଭବନର କିଛି ବିଦ୍ୟୁତ୍‌ ତାର ଜଳିଯାଇଥିବା ସୂଚନା ମିଳିଛି। ଏବେ ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି।

Comments are closed.