କଟକ ଲିଙ୍ଗ ନିରୂପଣ ଘଟଣା: ୩.୫୦ଲକ୍ଷ ଟଙ୍କାରେ ରାଜ୍ୟ ବାହାରୁ ଆସିଥିଲା ଅଲଟ୍ରା ସାଉଣ୍ଡ ମେସିନ, ଆଉ ଜଣେ ଗିରଫ

କଟକ: ଘରୋଇ ଲ୍ୟାବ ଲିଙ୍ଗ ନିରୂପଣ ଘଟଣାରେ ରାଜ୍ୟ ବାହାର ଲିଙ୍କ ଥିବା ସୂଚନା ମିଳିଛି। ଏହି ମାମଲାରେ ଆଜି ମଙ୍ଗଳାବାଗ ପୁଲିସ ଆଉ ଜେଣ ବ୍ୟକ୍ତିକୁ ଗିରଫ କରିଛି। ରାଞ୍ଚିରୁ ୩.୫୦ ଲକ୍ଷ ଟଙ୍କାରେ ଅଲଟ୍ରା ସାଉଣ୍ଡ ମେସିନ ଆଣିଥିବା ଜଣେ ବ୍ୟକ୍ତିକୁ ପୁଲିସ ଗିରଫ କରିଛି। ବିନା କାଗଜପତ୍ରରେ ରାଜ୍ୟ ବାହାରୁ ଅଲଟ୍ରାସାଉଣ୍ଡ ମେସିନ ଆସିଥିଲା ବୋଲି ଜଣାପଡ଼ିଛି।

 

ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି ମାନସ ରଞ୍ଜନ ପଣ୍ଡା। ସେ ଅଟ୍ରାସାଉଣ୍ଡ ମେସିନ୍ ବେଆଇନ ଭାବେ ପ୍ରସନ୍ନ ସାହୁଙ୍କୁ ଯୋଗାଇଥିଲା। ମାନସ ୩.୫୦ ଲକ୍ଷ ଟଙ୍କାରେ ମେସିନକୁ ପ୍ରସନ୍ନକୁ ସପ୍ଲାଇ କରିଥିଲା। ଖୋଦ୍ ମାନସ ମଧ୍ୟ ଏଭଳି ବେଆଇନ୍ ମେସିନ୍ ସପ୍ଲାଇ କରୁଥିବା ନେଇ ସ୍ୱୀକାର କରିଥିବା ମଙ୍ଗଳାବାଗ୍ ଆଇଆଇସି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରି ସାରିଛି।

Comments are closed.