ଅସହାୟ ରୋଗୀ ମାନଙ୍କ ପାଇଁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ସମାଜସେବୀ

0

କଟକ : କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ରୋଗୀମାନଙ୍କ ପାଇଁ କାର୍ଯ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମାଜସେବୀ ଧାରଣା ଦେଇଥିଲେ। ଖବରଅନୁସାରେ କିଛିଦିନ ତଳେ ସମାଜସେବୀମାନେ ଜଣେ ରୋଗୀଙ୍କୁ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ। ମାତ୍ର ତାଙ୍କର ଉପଯୁକ୍ତ ଚିକିତ୍ସା ହୋଇନଥିଲା। ଯାହାକୁ ନେଇ ଶୁକ୍ରବାର ଏସ୍‍ସିବିର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରହ୍ଲାଦ ମହାରଣା, ଅଭିଜିତ ଦାସ, ମୁରଲିଧର ପ୍ରଧାନ, ଅଚ୍ୟୁତ ଦାସ, ଦୀପକ ଆଚାର୍ଯ୍ୟ ନାମଙ୍କ ସମାଜସେବୀ ୫ଘଣ୍ଟା କାଳ ଧାରଣାରେ ବସିଥିଲେ। ଶେଷ ମୁହୁର୍ତ୍ତରେ ସେମାନଙ୍କ ଧାରଣାରେ ବସିବା ଫଳପ୍ରଦ ହୋଇଥିଲା। ଅଧ୍ୟକ୍ଷ ଆସି ସମସ୍ୟାର ସମାଧାନ କରିଥିଲେ।

Leave A Reply