କଟକ-ସମ୍ବଲପୁର ରାସ୍ତାର ଢାଉରଙ୍ଗ ରାସ୍ତାରେ ୪ଫୁଟ ଉଚ୍ଚର ବନ୍ୟାଜଳ

ଗୁରୁଡିଝାଟିଆ : ଲଗାଣ ବର୍ଷା ଯୋଗୁଁ କଟକ-ସମ୍ବଲପୁର ରାସ୍ତାର ଚମ୍ପାପୁର ଠାରୁ ଢାଉରଙ୍ଗ ପର୍ଯ୍ୟନ୍ତ ରାସ୍ତା ଉପରେ ୪ଫୁଟର ବର୍ଷାଜଳ ପ୍ରବାହିତ ହେଉଛି। ଏଥିଯୋଗୁଁ ଆଠଗଡକୁ ଗମନାଗମନ ସଂପୂର୍ଣ୍ଣ ବନ୍ଦ ହୋଇଛି। ଯାହା ଫଳରେ ଗାଡିଚାଳକମାନେ ବାଧ୍ୟ ହୋଇ ଖୁଣ୍ଟୁଣୀଦେଇ ଆଠଗଡ ଓ ବଡମ୍ବା ଆଦି ସ୍ଥାନକୁ ଯାଉଛନ୍ତି।

ପ୍ରକାଶଯୋଗ୍ୟ, ଏହି ରାସ୍ତା ଉପରେ ଅନୁଗୁଳ ଓ ଢେଙ୍କାନାଳ ଗାଡି ଚାକକମାନେ ଭୂବନେଶ୍ୱର ଓ କଟକ ଯିବା ପାଇଁ ସୁରକ୍ଷିତ ମଣିଥାନ୍ତି। ହେଲେ ଏହି ରାସ୍ତା ଦେଇ ବର୍ଷାଜଳ ପ୍ରବାହିତ ହୋଇଥିବାରୁ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ଏଥିସହିତ ଶହଶହ ଏକର ଧାନ ଓ ପରିବା ଫସଲ ଉପରେ ବର୍ଷା ପାଣି ଭରିରହିଛି। ଦହିସରା, ଚମ୍ପାପୁର, ମହାକାଳବସ୍ତ, ଗୌରାଙ୍ଗପୁର ଓ ନିକଟସ୍ଥ ଗ୍ରାମର କୃଷକମାନଙ୍କ ଫସଲ ନଷ୍ଟ ହେବାର ସମ୍ଭାବନା ଦେଖାଦେଇଛି।

Comments are closed.