କଟକ ରେଳ ଷ୍ଟେସନରେ ଆରପିଏଫ୍ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

କଟକ: ଆରପିଏଫ୍ କଟକ ପକ୍ଷରୁ ଆଜାଦି କି ଅମୃତ ମହୋତ୍ସବ କାର୍ଯ୍ୟକ୍ରମ କଟକ ରେଳ ଷ୍ଟେସନରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ୨ ନମ୍ବର ଗେଟ୍ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ବୁଲେଟ୍ ବାଇକ୍ ରାଲି ହୋଇଥିବା ବେଳେ ପୁଲିସ ବ୍ୟାଣ୍ଡ ପାର୍ଟି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ଆରପିଏଫ୍ ଡିଆଇଜି ଏ ରବିନ୍ଦ୍ରନ୍, ଖୋର୍ଦ୍ଧା ଆରପିଏଫ୍ ଡିଭିଜନାଲ୍ ସିକ୍ୟୁରିଟ କମିସନର ଏମ. ସମ୍ବାଶିବ ରାଓ, ଆରପିଏଫ୍ ଆଇଆଇସି ଅନିଲ କୁମାର ସିଂହଙ୍କ ସମେତ ଥାନାର ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.